ଭେଡେନ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା : ଓଡ଼ିଶା ପୋଲିସର ରିପୋର୍ଟ ଅଗ୍ରାହ୍ୟ
ଭେଡେନ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା
ବରଗଡ଼: ଭେଡେନ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଓଡ଼ିଶା ପୋଲିସର ରିପୋର୍ଟକୁ ଅଗ୍ରାହ୍ୟ କରିଛନ୍ତି, ରାଜ୍ୟ ମାନବାଧିକାର କମିଶନ। ଗଣଦୁଷ୍କର୍ମ ହୋଇ ନଥିବା ଓ ହତ୍ୟାକାଣ୍ଡ ଭିତ୍ତିହୀନ ବୋଲି ପୋଲିସ ରିପୋର୍ଟ ଦେଇଥିଲା। ରିପୋର୍ଟକୁ ଅଗ୍ରାହ୍ୟ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଉତ୍ତରାଞ୍ଚଳ ଡିଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆସିଥିଲା।