ରାଜ୍ୟ

ଚର୍ଚ୍ଚାରେ ଭୀମସେନଙ୍କ ହାତ ତିଆରି ଲିଙ୍ଗରାଜ ମନ୍ଦିର, ଆପଣ ବି ଦେଖିଲେ ହୋଇଯିବେ ତାଜୁବ୍

ନୟାଗଡ: ନିର୍ଜୀବ କାଠ ଗୁଡିକୁ ଯିଏ ଜୀବନ୍ତ ରୂପ ଦେଇଥାନ୍ତି ସେ ହିଁ ଶିଳ୍ପୀ । ଏମିତି ଏକ ନିଆରା କାଠ ଶିଳ୍ପୀ ହେଉଛନ୍ତି ନୟାଗଡ ଜିଲ୍ଲା ଭପୁର ବ୍ଲକ ଫତେଗଡ ଗ୍ରାମର ଭୀମସେନ ଖୁଣ୍ଟିଆ । ପିଲାବେଳୁ ସ୍‌ପ୍ନ ଦେଖିଥିଲେ କିଛି ଅଲଗା କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ, ଆଉ ସେହି ସ୍ବପ୍ନ ତାଙ୍କର ଆଜି ପୂର୍ଣ୍ଣ ହୋଇଛି ।

ଅତି ଛୋଟ ବେଳୁ କାନ୍ଥ ବାଡରେ ଚିତ୍ର ଆଙ୍କୁ ଆଙ୍କୁ ଭୀମସେନ ପାଲଟିଗଲେ ନିଖୁଣ କାଠ ଶିଳ୍ପୀ । କାଠରେ ଖାଲି ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ତିଆରି କରିଛନ୍ତି ତା ନୁହେଁ ଆହୁରୀ ଅନେକ ଭଗବାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ତେବେ ଏଥିପାଇଁ ରାଜ୍ଯ ସରକାରଙ୍କ ତରଫରୁ ତାଙ୍କୁ ସ୍ବତନ୍ତ୍ର ସମ୍ମାନ ଦିଆଯାଇଥିବା ବେଳେ, କାଠରେ ର୍ନିମିତ ଏହି ଲିଙ୍ଗରାଜ ମନ୍ଦିର ଏବେ ମ୍ଯୁଜିୟମରେ ସ୍ଥାନ ପାଇବ।

ଭୀମସେନ ଖୁଣ୍ଟିଆ ପେସାରେ ଜଣେ କାଠ ଶିଳ୍ପୀ । ଗାଁ ସ୍କୁଲରେ ପଢିବା ବୟସ ରୁ ସେ କାନ୍ଥ ବାଡ ରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଥିଲେ । ଏଇ ଚିତ୍ର ପାଇଁ ସେ ଅନେକ ମାଡ ଗାଳି ଖାଇଛନ୍ତି, ହେଲେ କିଏ ଜାଣିଥିଲା ଦିନେ ଏହି ଚିତ୍ର ଅ।ଙ୍କି ସେ ରାଜ୍ଯ ସ୍ତରରେ ନାଁ କମେଇବେ । ଗାଁ ସ୍କୁଲ ରେ ପାଠ ପଢା ସାରିବା ପରେ, ସେ ଭୁବନେଶ୍ବର ରେ ସରକାରଙ୍କ କଳା ପ୍ରଶିକ୍ଷଣ କେନ୍ଦ୍ରରେ ନାମ ଲେଖାଇ ପାଠ ପଢିବା ସହ ଚିତ୍ର ଆଙ୍କିବା, କାଠରେ ମୂର୍ତି ତିଆରି କରିବା କାମ ଧୀରେ ଧୀରେ ଶିଖିଲେ । ସରକାରଙ୍କ ତରଫରୁ କାମ ପାଇ କାଠରେ ଏକ ଲିଙ୍ଗରାଜ ମନ୍ଦିରର ପ୍ରତିଛବି ର୍ନିମାଣ କରିଲେ ।

ତେବେ ଭୀମସେନ କୁହନ୍ତି , ସେ ଲିଙ୍ଗରାଜ ମନ୍ଦିର ପାଖରେ ରୁହନ୍ତି ଏବଂ ପ୍ରତେକ ଦିନ ସେ ଲିୟଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ ମଧ୍ୟ କରନ୍ତି । ତେବେ ସେ ସ୍ବପ୍ନ ଦେଖିଥିଲେ ସୁଯୋଗ ପାଇଲେ ନିଶ୍ଚୟ ଲିଙ୍ଗରାଜ ମନ୍ଦିର ଭଳି ଅବିକଳ ମନ୍ଦିର କାଠ ରେ ର୍ନିମାଣ କରିବେ । ଲିଙ୍ଗରାଜ ମହାପ୍ରଭୁ ଭୀମସେନଙ୍କର ଡାକ ଶୁଣିଛନ୍ତି । ଏବେ ଚର୍ଚାରେ ଭୀମସେନ ଙ୍କର ଏହି ପ୍ରତିଛବି । ଲିଙ୍ଗରାଜ ମନ୍ଦିରରେ ର୍ନିମାଣ ହେବାକୁ ଥିବା ମ୍ଯୁଜିୟମରେ ଏହି କାଠ ର୍ନିମିତ ମନ୍ଦିର ସ୍ଥାନ ପାଇବ । ଯାହାକୁ ନେଇ ବହୁତ ଖୁସି ଅଛନ୍ତି ଭୀମସେନ ।

ଏବେ ଭୀମସେନନ୍କୁ ନେଇ ଗାଁରେ ଖୁସି କହିଲେ ନସରେ । ପରିବାର ଲୋକ ମଧ୍ୟ ପୁଅର ସଫଳତାରେ ବେଶ୍ ଗର୍ବିତ । ଆଗକୁ ଭୀମସେନ ଲକ୍ଷ ରଖିଛନ୍ତି , କାଠରେ କୋଣାର୍କ ମନ୍ଦିର ତିଆରି କରିବେ । ଅନ୍ଯପଟେ ଯଦି ତାଙ୍କୁ କିଛି ସରକାରୀ ପ୍ରୋତ୍ସାହନ ମିଳନ୍ତା, ତେବେ ଗରିବ ପିଲା ମାନଙ୍କୁ ସେ ମାଗଣାରେ ଏହି ହସ୍ତ କଳା ଶିକ୍ଷାଦେଇ ଏହାର ପ୍ରଚାର ପ୍ରସାର କରିପାରନେ୍ତେ ବୋଲି କହିଛନ୍ତି ।

Sonalisa

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

6 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

8 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

44 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

55 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago