ଆସନ୍ତାକାଲିଠୁ ଖୋଲିବ ଭିତରକନିକା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସ୍କାଏ ୱାକ୍

ରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କାଲିଠୁ ଖୋଲିବ ଭିତରକନିକା । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ମାସ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା।

ଚଳିତ ଥର ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଛି ସ୍କାଏ ୱାକ୍ । ଏହା ଉପରେ ଯାଇ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଏହି ୱାକ ୱେ, ପ୍ରାୟ ୬ଶହ ମିଟର ଲମ୍ବ ଏବଂ ଏହାକୁ କାଠରେ ତିଆରି କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଗୋଟିଏ ଥରରେ ୨୦ ଜଣ ଲେଖାଏଁ ପର୍ଯ୍ୟଟଙ୍କୁ ଏଥିରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭରକରୁଥିବା ବୋଟ , ହୋଟଲ , ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ , ଟିୟୁରିଷ୍ଟି ଗାଇଡ଼ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

 

 

You might also like