ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ,ଦୀର୍ଘ ୧୦ ଦିନ ଧରି କୁମ୍ଭୀର ଗଣନା ପାଇଁ ରହିଥିଲା ବନ୍ଦ

କେନ୍ଦ୍ରାପଡା (କେନ୍ୟୁଜ): ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୧୦ଦିନ ଧରି କୁମ୍ଭୀର ଗଣନା ପାଇଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ୨ ରୁ ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା। ବଉଳା କୁମ୍ଭୀର ଗଣନା ପାଇଁ ୧୦ଦିନ ବନ୍ଦ ଥିଲା।
ଏଥର ଗଣନା କାର୍ଯ୍ୟରେ ୨୨ଟି ଟିମ ନିୟୋଜିତ ଥିଲେ । ପ୍ରଥମଥର ପାଇଁ ଦିନରେ “ପଲିଗନ ସର୍ଚ୍ଚ ମୋବାଇଲ ଆପ” ଦ୍ୱାରା କୁମ୍ବୀର ଗଣନା କରାଯାଇଥିଲା।