ଦୀର୍ଘ ୩ ମାସ ପରେ ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟାଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିଥିଲା ଉଦ୍ୟାନ୍‌ । ୩ ମାସ ପରେ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକ ଓ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ୍‌, ହୋଟେଲ, ଟ୍ରାଭେଲ୍‌ ଏଜେନ୍ସି, ବ୍ୟବସାୟୀ, ଟୁରିଷ୍ଟ ଗାଇଡ ସମସ୍ତେ ଖୁସି ।

ଭିତରକନିକାର ଜୈବ ବିବିଧତା, ବଉଳା କୁମ୍ଭୀର ଓ ଅନ୍ୟ ବନ୍ୟଜନ୍ତୁଙ୍କ ବିଷୟରେ ପର୍ଯ୍ୟଟକଙ୍କୁ କିଭଳି ପ୍ରାଞ୍ଜଳ ଭାବେ ବୁଝାଇପାରିବେ ସେନେଇ ଟୁରିଷ୍ଟ ଗାଇଡଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଛି । ସେପଟେ ପର୍ଯ୍ୟଟକଙ୍କୁ ଭିତରକନିକାକୁ ସ୍ୱାଗତ କରିବା ପାଇଁ ବନବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ନୂତନ ଲୁଣା ନର୍ସରୀ, ସେଲ୍ଫି ପଏଣ୍ଟ, ଏସି ରେଷ୍ଟୁରାଣ୍ଟ, ବୋଟ୍‌ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଛି ।

ଏଥିସହ ଭିତରେ ଥିବା କଟେଜ୍‌, ମ୍ୟୁୁଜିୟମ, ବୋଟ୍‌, ବ୍ୟାଟେରୀ ଚାଳିତ ଗାଡି ଆଦି ପ୍ରସ୍ତୁତ କରାଯାଇଛି । ଏବେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ ପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଥିବା ସୂଚନା ଦେଇଛନ୍ତି, କନିକା ରେଞ୍ଜ ଅଫିସର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.