ବାତ୍ୟା ‘ଦାନା’ ପାଇଁ ବନ୍ଦ ରହିବ ଭିତରକନିକା, ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକଙ୍କୁ ଚାଲିଯିବାକୁ ନିର୍ଦ୍ଦେଶ

ରାଜନଗର: ବାତ୍ୟା ଦାନା ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ବନ୍ଦ । ୨୩, ୨୪ ଓ ୨୫ ତାରିଖ ୩ ଦିନ ଧରି ଭିତରକନିକା ବନ୍ଦ ରହିବ। ରାତ୍ରି ଜାପନ ପାଇଁ ପର୍ଯ୍ୟଟକ କରିଥିବା ସମସ୍ତ ବୁକିଂକୁ ବାତିଲ୍ କରାଯାଇଥିବା ବେଳେ ରାତ୍ରୀ ଯାପନ କରିଥିବା ପର୍ଯ୍ୟଟକମାନଙ୍କୁ ଆଜି ସୁଦ୍ଧା ଭିତରକନିକା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

କାରଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ମାଡି ଆସୁଛି । ଓଡ଼ିଶା ଉପକୂଳ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ ।  ସ୍ଥଳ ବିଶେଷରେ ପବନର ବେଗ ୧୨୦ କିମିକୁ ବଢିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

 

You might also like