ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୭ ମାସ ପରେ ଖୋଲିବ ଭିତରକନିକା । କରୋନା ମହାମାରକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।
କେବଳ ରାତ୍ରୀ ଯାପନ ପାଇଁ ରୁମ୍ ବୁକିଂ କରିଥିବା ପର୍ଯ୍ୟଟଙ୍କୁ ଅନୁମତି ମିଳିବ । ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ । ଡାଙ୍ଗମାଳଠାରେ ଥିବା ୧୬ଟି କଟେଜ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ । ୧୬ଟି କଟେଜରେ ୩୬ ଜଣ ପର୍ଯ୍ୟଟକ ରହିପାରିବେ । ପର୍ଯ୍ୟଟକମାନେ ଇକୋ ଟୁର୍ ଓଡ଼ିଶା ଡଟ୍ କମ୍ରେ ଅନଲାଇନରେ ରୁମ୍ ବୁକିଂ କରିବେ ।