ତେଲୁଗୁ ସଂପ୍ରଦାୟର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି , ବିଭିନ୍ନ ସ୍ଥାନରେ ଭୋଗି ଜାଳି ନାଚଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ

ବ୍ରହ୍ମପୁର(କେନ୍ୟୁଜ୍) : ତେଲୁଗୁ ସଂପ୍ରଦାୟର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି। ଏଥିପାଇଁ ଉତ୍ସବମୁଖର ବ୍ରହ୍ମପୁର ସହର। ଏହି ଅବସରରେ ଗତକାଲି ମଧ୍ୟରାତ୍ରିରୁ ଭୋଗୀ ଉତ୍ସବ ପାଳନ କରାଯାଇଛି। ସହରର ବିଭିନ୍ନ ସାହିରେ ଭୋଗି ଜାଳିବା ସହ ନାଚଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ।
ଘରେ ଘରେ ପ୍ରସ୍ତୁତ ହୋଇଛି ସୁସ୍ୱାଦୁ ବ୍ୟଞ୍ଜନ। ନୂଆଚାଉଳରେ ପ୍ରସ୍ତୁତ ହୋଇଥାଏ କ୍ଷିରୀ। ମକର ସଂକ୍ରାନ୍ତିକୁ ତେଲୁଗୁ ନୂଆବର୍ଷ ଭାବେ ପରିଗଣିତ କରାଯାଉଥିବାରୁ ଭୋଗୀଦିନ ପୁରୁଣାବର୍ଷକୁ ବିଦାୟ ଦିଆଯାଇଥିଲା। ଏହିଦିନ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି। ତିନି ଦିନ ଧରି ପାଳନ କରାଯିବ ଭୋଗୀ ଉତ୍ସବ।
ପୋଙ୍ଗଲ ପର୍ବ ପାଇଁ ଉତ୍ସବ ମୁଖର ଗଜପତି ଜିଲ୍ଲା :
ସେହିପରି ମକର ସଂକ୍ରାନ୍ତିି ତଥା ପୋଙ୍ଗଲ ପର୍ବ ପାଇଁ ଉତ୍ସବ ମୁଖର ଗଜପତି ଜିଲ୍ଲା। ତେଲୁଗୁ ଭାଷାଭାଷୀ ଲୋକମାନେ ଏହି ପର୍ବକୁ ଧୂମଧାମରେ ପାଳନ କରୁଛନ୍ତି । ୪ଦିନ ଧରି ପାଳନ ହେବ ପୋଙ୍ଗଲ ପର୍ବ । ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ଦିନ ମକର ସଙ୍କ୍ରାନ୍ତି, ତୃତୀୟ ଦିନ କାଡୁମୁ ଓ ଶେଷଦିନ ମୁକାଡୁମୁ ପାଳନ କରାଯାଏ । ଘରେ ଘରେ ପିଠାପଣା ତିଆରି ଚାଲିଛି । ଏଥିସହ ନାଚଗୀତ ସାଙ୍ଗକୁ ଅତିଥିଙ୍କ ଭିଡ ଜମୁଛି।