ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଥାନାରେ ମାଡ଼ ଓ ଗିରଫ ମାମଲା, ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱରରେ ଆର୍ମି କ୍ୟାପଟେନ ଗୁରୁବନ୍ତ ସିଂ, ବାନ୍ଧବୀଙ୍କୁ ଥାନାରେ ମାଡ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମେଜରଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ପୁଲିସ ଡିଜି କହିଛନ୍ତି। ରବିବାର ଦିନ ଭୁରତପୁର ଥାନାରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ ୧୫ ତାରିଖ ସକାଳୁ ଭରତପୁର ଥାନାରେ ପଶି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ ମଚାଇଥିଲେ । କୋଲକତା ରେଜିମେଣ୍ଟର ମେଜର ଗୁରୁବନ୍ତ ସିଂ ଏବଂ ତାଙ୍କ ବାନ୍ଧବୀ ଥାନାରେ ଥିବା ୨ଜଣ ସବଇନସ୍ପେକ୍ଟର ଜଣେ ମହିଳା କନେଷ୍ଟବଳ ଏବଂ୨ ଜଣ କନେଷ୍ଟବଳଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଗଣ୍ଡଗୋଳ ସମୟରେ ଉଭୟ ପ୍ରବଳ ମଦ୍ୟପାନ କରିଥିଲେ । ମେଜର ଆସିଥିବା ଗାଡି ଭିତରେ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଥିଲା । ଉଭୟ ଥାନା ଭିତରେ ପଶି ପୋଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଡାକ୍ତରୀ ମାଇନା ପାଇଁ ପଠାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like