ରାଜଧାନୀରେ ଅମାନବୀୟ କାଣ୍ଡ, ଗର୍ଭବତୀ ମହିଳାଙ୍କୁ ମାଡ ମାରିବାରୁ ତିନି ମାସର ଗର୍ଭ ହେଲା ନଷ୍ଟ
ଆକ୍ରମଣରେ ମହିଳାଙ୍କ ତିନି ମାସର ଗର୍ଭ ହେଲା ନଷ୍ଟ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାକୁ ଯାଇଥିଲେ ମଧ୍ୟ ଅଭିଯୋଗ ରଖିଲାନି ପୋଲିସ୍। ଚନ୍ଦ୍ରଶେଖରପୁର ଥାନା ଇଶାନେଶ୍ୱର ବସ୍ତିରେ ଘଟିଛି ଅଭାବବନୀୟ ଘଟଣା । ଭାଇ ଭାଉଜଙ୍କୁ ରହିବା ପାଇଁ ଭଉଣୀ ଦେଇଥିଲେ ଘର।

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଚାଞ୍ଚଲ୍ୟ । ଗର୍ଭବତୀ ମହିଳାଙ୍କୁ ମାଡ । ଆକ୍ରମଣରେ ମହିଳାଙ୍କ ତିନି ମାସର ଗର୍ଭ ହେଲା ନଷ୍ଟ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାକୁ ଯାଇଥିଲେ ମଧ୍ୟ ଅଭିଯୋଗ ରଖିଲାନି ପୋଲିସ୍। ଚନ୍ଦ୍ରଶେଖରପୁର ଥାନା ଇଶାନେଶ୍ୱର ବସ୍ତିରେ ଘଟିଛି ଅଭାବବନୀୟ ଘଟଣା । ଭାଇ ଭାଉଜଙ୍କୁ ରହିବା ପାଇଁ ଭଉଣୀ ଦେଇଥିଲେ ଘର।
ଭାଇ ଭାଉଜ ଘର ଦେଲେନି କି ଟଙ୍କା ଦେଲେନି। ବାରମ୍ଵାର ସାହି କମିଟିରେ ଗୁହାରି କରିଥିଲେ ମଧ୍ୟ କମିଟିରେ ଥିବା ମୂରବୀ ହନକ୍ ଏବଂ ରାଜେଶ୍ କରିନଥିଲେ ସମାଧାନ। ଫଳରେ ଭାଉଜ ଏବଂ ତାଙ୍କ ପରିବାର ଲୋକେ ପୂଜାଙ୍କୁ ତଳେ ପକାଇ ଅତର୍କିତ ଆକ୍ରମଣ କରିଥିଲେ।ତେବେ ଛାତି ଏବଂ ପେଟରେ ଶକ୍ତ ଆଘାତ ହେବାରୁ ପୂଜାଙ୍କ ଗର୍ଭ ନଷ୍ଟ ହୋଇଥିଲା।
ରକ୍ତ ସ୍ରାବ ହେଉଥିବା ବେଳେ ପୂଜା ଏବଂ ତାଙ୍କ ସ୍ଵାମୀ ଚନ୍ଦନ ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଶୁଣି ନଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍ । ସେପଟେ ବସ୍ତି ମୁରବିଙ୍କ ପ୍ରରୋଚନାରେ ଭାଉଜ ଓ ତାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ନିଜର ସର୍ବସ୍ବ ହରାଇଥିବା ପୂଜା ଓ ଚନ୍ଦନ ନ୍ୟାୟ ପାଇଁ ଅଡି ବସିଛନ୍ତି।