ଅର୍ଚ୍ଚନା ପରେ ସ୍ୱାମୀ ଜଗବନ୍ଧୁଙ୍କୁ ଝଟ୍‌କା: ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ପରେ ସ୍ୱାମୀ ଜଗବନ୍ଧୁଙ୍କୁ ଝଟ୍‌କା । ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଗତକାଲି ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ । ଗତକାଲି ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ । ଏହାପରେ ଜିଲ୍ଲୀ ଦୌରା ଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ଅକ୍ଷୟ ପରିଜା କରିଥିବା ବ୍ଲାକମେଲିଂ ମାମଲାରେ ତାଙ୍କ ଜାମିନ ଗତକାଲି ଖାରଜ ହୋଇଥିଲ ।

ଏପଟେ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଆଜି ଇଡିରେ ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ । ତାଙ୍କ ସହ ଅର୍ଚ୍ଚନାଙ୍କ ଟଙ୍କା କାରବାର ନେଇ ସୁରାକ ପାଇଥିଲା ଇଡି ।

ଶିବପ୍ରସାଦ ଦାସଙ୍କୁ ନୋଟିସ୍‌ ହୋଇଥିଲା । ସେ ଅର୍ଚ୍ଚନାଙ୍କୁ କେମିତି ଜାଣିଲେ ? କେବେଠାରୁ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଅଛନ୍ତି ? କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର କରିଥିଲେ ? ହନିଟ୍ରାପ୍‌ ଓ ବ୍ଲାକମେଲିଂ ବାବଦରେ କଣ ଜାଣିଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ହୋଟେଲ୍‌ ବ୍ୟବସାୟୀଙ୍କ ପାଖରୁ ଜାଣିବାକୁ ଚାହିଁବ ଇଡି । ତଦନ୍ତ ଯେତିକି ବଢୁଛି, ସାମ୍‌ନାକୁ ଆସୁଛି ଅନେକଙ୍କ ସଂପୃକ୍ତି । ଏବେ ସୁଦ୍ଧା ୫ଜଣ ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.