ଟଚ୍‌ ଫ୍ରି ହେବ ଭୁବନେଶ୍ୱର ବିମାନ ବନ୍ଦର, ଉଡାଣ ପାଇଁ ପ୍ରସ୍ତୁତ ଥିବା କହିଲେ ନିର୍ଦ୍ଦେଶକ

ଭୁବନେଶ୍ୱର : ଟଚ୍‌ ଫ୍ରି ହେବ ଭୁବନେଶ୍ୱର ବିମାନ ବନ୍ଦର। ଏନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର ବିମାନ ବନ୍ଦର।  ମେ’ ୨୫ରୁ ଦେଶ ବ୍ୟାପୀ ବିମାନ ଉଡିବ। ତେବେ  ୨୫ପୂର୍ବରୁ ବିମାନ ଚଳାଚଳ ପାଇଁ ମଧ୍ୟ ବନ୍ଦର ପ୍ରସ୍ତୁତ ଥିବା ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି। ଉଡାଣ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନ ପାଳନ କରାଯିବ। ଆଜି ସନ୍ଧ୍ୟା ସୁଦ୍ଧା କେଉଁ ଅଞ୍ଚଳକୁ ବିମାନ ଉଡିବ ସେ ଜଣାପଡ଼ିବ।

ସୂଚନା ଥାଉକି, କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ବରେ ଲକଡାଉନ ଜାରି ରହିଥିବା ବେଳେ ଗତ ମାର୍ଚ୍ଚ ୨୫ରେ ଦେଶରେ ଲକଡାଉନ ଲାଗୁ ହେବା ପରେ ଉଭୟ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଓ ରେଳ ସେବା ବନ୍ଦ ରହିଥିଲା । ଏନେଇ ଆସନ୍ତା ମେ’ ୨୫ରୁ ଦେଶ ବ୍ୟାପୀ ବିମାନ ଉଡାଣ ନେଇ ଉଭୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଓ ଯାତ୍ରୀଙ୍କ ପାଇଁ ଏସଓପି ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.