ଉତ୍କଳ ସଂଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର : ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଭୁବନେଶ୍ବର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଜୀବନ ହାରିଛନ୍ତି । ମହାବିଦ୍ୟାଳୟର ଛାତ୍ରୀନିବାସରେ ବେକରେ ଓଢଣୀ ଲଗାଇ ଜୀବନ ହାରିଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତକ ଓଡିଶୀ ଡ୍ୟାନ୍ସ ବିଭାଗର +୨ ଦ୍ବିତୀୟ ବର୍ଷର ଛାତ୍ରୀ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ।
ଗତ ଶନିବାର ଦିନ ଫଙ୍କସନ ସାରି ହଷ୍ଟେଲକୁ ଆସିଥିଲେ । ସକାଳୁ କବାଟ ନଖୋଲିବାରୁ ଅନ୍ୟ ଛାତ୍ରୀମାନେ ସନ୍ଦେହ କରିଥିଲେ । ପରେ କବାଟ ଭାଙ୍ଗି ଦେଖିବାରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଖବର ପାଇ କ୍ୟାପିଟାଲ ଥାନା ପୋଲିସ ମୋବାଇଲ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ତେବେ କେଉଁ କାରଣରୁ ଛାତ୍ରୀ ଜଣକ ଜୀବନ ହାରିଛନ୍ତି, ତାହା ଜଣାପଡିନାହି ।