ରେକର୍ଡ଼ ଭାଙ୍ଗୁଛି ବର୍ଷା : ଭୁବନେଶ୍ୱରରେ ୬୩ ବର୍ଷ ପରେ ୨୪ ଘଣ୍ଟାରେ ସର୍ବକାଳୀନ ବର୍ଷା ରେକର୍ଡ଼

ଭୁବନେଶ୍ୱର (କେନ୍ୟୁଜ) : ଭୁବନେଶ୍ୱରରେ ୬୩ ବର୍ଷ ପରେ ସର୍ବାଧିକ ବର୍ଷା ରେକର୍ଡ। ଗତ ୨୪ ଘଣ୍ଟାରେ ୧୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ। ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଚାଲୁଛି। ଲହଡି ଭାଙ୍ଗୁଛି ପାଣି। କେଉଁଠି ଘର ଭିତରେ ପାଣି ପଶିଛି ତ ଆଉ କେଉଁଠି ଗାଡି ଭାସୁଛି।
ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମିରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।