ରାଜଧାନୀରେ ଦିନ ଦ୍ବିପ୍ରହରେ ସ୍କୁଟି ନେଇଗଲେ ଦୁଇ ପିଲା, ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ୍

ଭୁବନେଶ୍ବର: ରାଜଧାନୀରେ ଦିନ ଦ୍ବିପ୍ରହରେ ଲୁଟ୍ ।  ସ୍କୁଟି ନେଇଗଲେ ଦୁଇ ପିଲା । ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ୍ । ଭୁବନେଶ୍ବର ଭରତପୁର ଥାନା ପଛପଟୁ ଚୋରି ହୋଇଛି । ଫୁଲ ତୋଳିବା ବାହାନାରେ ଆସି ଦୁଇଜଣ ସଞ୍ଜୀବ ପ୍ରଧାନଙ୍କ ସ୍କୁଟି ନେଇଯାଇଛନ୍ତି । ଚୋରିର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ସ୍କୁଟି ମାଲିକ । ଭରତପୁର ଅଞ୍ଚଳରେ ବାରମ୍ବାର ଚୋରି ହେଉଛି । ପିସିଆର ଭ୍ୟାନ ବୁଲିବା ସତ୍ତ୍ବେ ବି ଚୋରି ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

 

ଆହୁରି ପଢ଼ନ୍ତୁ :  ପାରାଦୀପରୁ ବାଂଲାଦେଶୀ ପରିବାର ଉଦ୍ଧାର, ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ