ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ବର (କେନ୍ୟୁଜ୍) : ୭୧ତମ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସରକାରୀ କାର୍ଯ୍ୟାଳୟ ଗୁଡିକ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି । ବିଶେଷକରି ରାଜ୍ୟ ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ସଜା ଯାଇଛି । ଏହାସହ ଭୁବନେଶ୍ୱରରେ ଥିବା ଇଷ୍ଟକୋଷ୍ଟ ରେଲେଓ୍ଵ କାର୍ଯ୍ୟାଳୟ ସହ ନାଲକୋ ଭବନ ଓ ଅନ୍ୟ କାର୍ଯ୍ୟାଳୟକୁ ତ୍ରିରଙ୍ଗ ରଙ୍ଗରେ ଆଲୋକିତ କରାଯାଇଛି ।