ଏସ୍କର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଜଣେ ଯୁବତୀଙ୍କ ସମେତ ୪ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଫେକ୍‌ ଏସକର୍ଟ ସର୍ଭିସ୍‌ ନାଁରେ ଠକେଇ । ଗୁଗୁଲ୍‌ ଆଡ୍‌ ଦେଇ ଠକେଇ ଚାଲିଥିଲା । ଏଥିରେ ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ମିଳିଛି । ୩ଜଣ ଏସକର୍ଟ ସଭିସ୍‌ କର୍ମଚାରୀ ଓ ଅନ୍ୟ ଦୁଇଜଣ ସିମ୍‌ ଯୋଗାଣକାରୀ । ସେମାନଙ୍କର ୧୫ଟି ଆକାଉଣ୍ଟରୁ ୨୦ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ସାଇବର ଥାନା ପୋଲିସ । ଏହାସହ ୧୬୨ଟି ସିମ୍‌ , ମୋବାଇଲ, ବ୍ୟାଙ୍କ ଆକାଉଣ୍ଟ, ସ୍କାନର କୋର୍ଡ ସହ ନଗଦ ୮୭ ହଜାର ଟଙ୍କା ଜବତ ହୋଇଛି। ୨୭ ହଜାର ଟଙ୍କା ଠକେଇ ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ଜଣେ ଯୁବକ । ମୋଟ ୯ଜଣଙ୍କ ଠାରୁ ଠକେଇ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.