ଭୁବନେଶ୍ୱର ଜିଏସଟି, କଷ୍ଟମ ଓ ସେଣ୍ଟ୍ରାଲ ଏକ୍ସାଇଜ ଡିପାର୍ଟମେଣ୍ଟ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ଜିଏସଟି, କଷ୍ଟମ ଓ ସେଣ୍ଟ୍ରାଲ ଏକ୍ସାଇଜ ଡିପାର୍ଟମେଣ୍ଟ ପକ୍ଷରୁ ଶୁକ୍ରବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ୭୫ ତମ ସ୍ୱାଧୀନତା ବର୍ଷ ପାଳନ ଅବସରରେ ଭାରତ ସରକାର ୭୫ ସପ୍ତାହବ୍ୟାପୀ ‘ଆଜାଦ କି ଅମ୍ରିତ କି ଉତ୍ସବ’ ପାଳନ କରିଆସୁଛନ୍ତି । ଏହି ଅବସରରେ ଭୁବନେଶ୍ୱର ଜିଏସଟି, କଷ୍ଟମ ଓ ସେଣ୍ଟ୍ରାଲ ଏକ୍ସାଇଜ ଡିପାର୍ଟମେଣ୍ଟ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

ଏଥିରେ ଭୁବନେଶ୍ୱର ଜୋନ ର ମୁଖ୍ୟ କମିଶନର ଆର୍‌. ମାଙ୍ଗା ବାବୁ ଯୋଗଦେଇ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଅନ୍ୟ ଅତିଥି ବିଜୟ କୁମାର କର ସ୍ୱାଧୀନତା ଆନ୍ଦୋଳନ ଓ ଦେଶ ଗଠନରେ କୃଷକଙ୍କର ଭୂମିକା ନେଇ ବର୍ଣ୍ଣନା କରିଥିଲେ ।

 

sukant

ଏହି ଅବସରରେ ଓଡ଼ିଶାର ବିଭିନ୍ନ କୋଣରୁ ୧୦ ଜଣ କୃଷକଙ୍କୁ ସେମାନଙ୍କର କାର୍ଯ୍ୟ ଉତ୍କର୍ଷତା ପାଇଁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମର ଷ୍ଟାପ ମେମ୍ବରମାନେ ଯୋଗ ଦେଇଥିଲେ । ଏହି ଉତ୍ସବ ଭୁବନେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ସହାୟତାରେ ପାଳିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.