ଛାତରୁ ଡେଇଁ ଭୁବନେଶ୍ୱର IIT ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଛାତରୁ ଡେଇଁ IIT ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତକ ହେଲେ ମହାରାଷ୍ଟ୍ରର ଚିରାଗ ଜୈନ । ଭୁବନେଶ୍ୱର ଆଇଆଇଟିରେ ସେ କମ୍ପ୍ୟୁଟର ବିଜ୍ଞାନର ୨ୟ ବର୍ଷର ଛାତ୍ର । ଗତକାଲି ସନ୍ଧ୍ୟାରେ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ପଛରେ କାରଣ କଣ ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।