ଆଜିଠୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ, ଇଣ୍ଡିଗୋ ପକ୍ଷରୁ ନୂଆ ବିମାନ ଉଡାଣ ସେବା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରୁ ଜୟପୁରକୁ ପ୍ରଥମ ବିମାନ। ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ଭାବରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ଯାତ୍ରା କରିପାରିବେ । ବହୁ ଦିନର ଅପେକ୍ଷା ପରେ ଏବେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ପାଇଁ ଏହା ସଫଳ ହୋଇପାରିଛି । ଆଜି ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରାଯାଇଥିବା ବେଳେ ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମନ୍ତ୍ରୀ ଅଶୋକ ପଣ୍ଡା ,ସାଂସଦ ଅପରାଜିତା ଷଡ଼ଙ୍ଗୀ, ଇଣ୍ଡିଗୋ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ୩ଟି ଇଣ୍ଡିଗୋ ବିମାନ ପ୍ରତି ସପ୍ତାହରେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ।

Leave A Reply

Your email address will not be published.