ହଷ୍ଟେଲ ଭିତରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ଚୋରିର ଭିଜୁଆଲ କଏଦ

ଭୁବନେଶ୍ୱର : ହଷ୍ଟେଲରୁ ଚୋରି । କଳାକନା ବୁଲାଇଲେ ଚୋର । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଚୋରି ହୋଇଛି । ଛାତ୍ରଛାତ୍ରୀଙ୍କ ଲାପଟପ୍, କ୍ୟାମେରା, ମୋବାଇଲ ଆଦି ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୧୫ଲକ୍ଷ ହେବ। ସିସିଟିଭିରେ ଚୋରିର ଭିଜୁଆଲ କଏଦ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।
ଲୁଟେରାମାନେ ପ୍ରଥମେ ଘରର ବିଦ୍ୟୁତ ସଂଯୋଗ କାଟିଥିଲେ । ଏହାପରେ ସୁଯୋଗ ଦେଖି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ବହୁ ଦାମୀ ଲାପ୍ଟପ୍ ଓ ମୋବାଲ୍ ଲୁଟି ନେଇଛନ୍ତି । ଥାନାରେ ଲିଖିତ ଅଭିଯୋଗ ଅନୁସାରେ ଲୁଟେରାମାନେ ୧୨ଟି ଲାପଟପ୍ ଲୁଟି ନେଇଛନ୍ତି ।
Also read: ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ଥାନା ଠାରୁ ମାତ୍ର ଶହେ ଦୁଇ ଶହ ମିଟର ଦୂରରେ ହେଉଛି ଚୋରି