ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣା,ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୪ ନାବାଳକଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ଆଉ ୪ ଗିରଫ। ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୪ ନାବାଳକଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ନାବାଳକ ମଧ୍ୟରେ ଅଛନ୍ତି କଲେଜ ଛାତ୍ର। ଗତକାଲି ୧୮ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ କମିଶନରେଟ୍‌ ପୋଲିସ । ଏହା ସହ ସେମାନଙ୍କଠାରୁ ୫ଟି ବାଇକ୍‌ ଜବତ ହୋଇଥିଲା । ଶୁକ୍ରବାର ସଂଧ୍ୟାରେ ୨୦ରୁ ୨୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ୍‌ ବିଲ୍ଡିଂରେ ପଶି ଭଙ୍ଗାରୁଜା କରିଥିଲେ । ଏଥିସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାର ଚିତ୍ର ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିଲା ।

ସୂଚନା ମୁତାବକ ଦୁଇ ଜଣ ଗ୍ରାହକଙ୍କୁ ଦୋକାନୀ ଦୁର୍ବ୍ୟବହାର କରିଥିଲେ । ଏହାପରେ ଏମାନେ ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ଓ ଭୁବନେଶ୍ୱର ଡିସିପି ପହଞ୍ଚି ଥିଲେ । ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରିବା ସହ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.