ରାଜଧାନୀରେ MCA ଛାତ୍ରୀ ଆତ୍ମହତ୍ୟା ଘଟଣା: ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାସଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା। ଆଶ୍ରିତାଙ୍କ ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାସ ଅଟକ। ଆଶ୍ରିତାଙ୍କ ସୁଇସାଇଡ୍‌ ନୋଟ୍‌କୁ ଭିତ୍ତି କରି ସତ୍ୟପ୍ରକାଶ ଦାସଙ୍କୁ ଅଟକ ରଖିଛି ପୋଲିସ। ନୋଟ୍‌ରେ ବୟ ଫ୍ରେଣ୍ଡ ତାଙ୍କୁ ମାରିଥିବା ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ନେଇ ଆସିଲା ତ୍ରିକୋଣୀୟ ପ୍ରେମ ଲିଙ୍କ୍‌।

୨୦୧୪ରୁ ଉଭୟ ଆଶ୍ରିତା ଓ ସତ୍ୟ ପ୍ରେମ ସଂପର୍କରେ ଥିଲେ। ଉଭୟ ତିହିଡ଼ି ଗାଁର ବୋଲି ଜଣାପଡିଛି। ଆଶ୍ରିତା ଆଉ ଜଣେ ଯୁବକଙ୍କ ସହ ସଂପର୍କ ଥିବା ସନ୍ଦେହ କରି ସତ୍ୟପ୍ରକାଶ ତାଙ୍କୁ ୪ତାରିଖରେ ମାଡ ମାରିଥିଲେ। ସତ୍ୟ ପ୍ରକାଶଙ୍କ ମାଡରେ ଆଶ୍ରିତାଙ୍କ ଆଖି ତଳ ଭାଗ ଫାଟି ଯାଇଥିଲା ବୋଲି ଜଣାପଡ଼ିଛି ।

୨୦୧୯ ମସିହାରୁ ଆଉ ଜଣେ ଯୁବକ ସହ ଆଶ୍ରିତା କଥା ହେଉଥିଲେ । ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୁଏ ବୋଲି ଜଣାପଡ଼ିଛି । ଯୁବତୀଙ୍କ କଲ ରେକର୍ଡ ଯାଂଚ କରିବା ପରେ ସତ୍ୟ ପ୍ରକାଶ ନାଁ ସାମ୍ନାକୁ ଆସିଥିଲା ।

ତେବେ ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଏମ୍‌ସିଏ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ଖୋଳତାଡ । ଭୁବନେଶ୍ୱର ଆଚାର୍ଯ୍ୟବିହାରସ୍ଥିତ ଭଡ଼ା ଘରୁ ଆଶ୍ରିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.