୩୦ତାରିଖ ପରେ ବଢିବ ଶୀତ, ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ୩୦ତାରିଖ ପରେ ବଢିବ ଶୀତ ।  ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ଓ ପରେ ଉପକୂଳ ଓଡ଼ିଶାରେ ଖସିବ ରାତି ତାପମାତ୍ରା ।  ୨ରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ଲଘୁଚାପ ବର୍ଷା ପରେ ବର୍ତ୍ତମାନ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୬ରୁ ୭ ଡିଗ୍ରୀ ଅଧିକ ରହିଛି ।  ଆଗାମୀ ୨୪ ଘଣ୍ଟାରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।  ତେବେ କାଲି ଓ ୨୯ ତାରିଖରେ ପଶ୍ଚିମ ଓଡିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଆଦି ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

କେତେକ ସ୍ଥାନରେ ମେଘୁଆ ପାଗ ରହିପାରେ।  ୩୦ରୁ ପାଗ ଶୁଖିଲା ରହିବ ଓ ଧୀରେ ଧୀରେ ଶୀତ ବଢିବ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।