ରାଜ୍ୟ

କାହିଁକି ଶଙ୍ଖାସିନ୍ଦୁର ନେଇକି ଆସିଥିଲେ ଜଗନ୍ନାଥ ? ହତ୍ୟା ପଛର ପ୍ରକୃତ କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ଏକତରଫା ପ୍ରେମ ନା ପରକୀୟା ପ୍ରୀତି। ଗତକାଲି ରାଜଧାନୀ ଭୀମଟାଙ୍ଗିରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର କାରଣ କଣ। କାହିଁକି ପ୍ରିୟଦର୍ଶିନୀ ସାହୁଙ୍କୁ ଏମିତି ନୃଶଂସ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଜଗନ୍ନାଥ। ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ପ୍ରିୟଦର୍ଶିନୀ ଓ ଜଗନ୍ନାଥଙ୍କ ମୋବାଇଲ୍‌ ଫୋନ୍‌ ଓ କଲ୍‌ ଡିଟେଲ୍ସର ଯାଞ୍ଚ କରିବ ପୋଲିସ । ଅଭିଯୁକ୍ତର ସୁଇସାଇଡ୍‌ ନୋଟକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପଠାଯିବ ଫରେନସିକ୍‌ ଲ୍ୟାବ୍‌ । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଅଧିକ ତଥ୍ୟ ବି ମିଳିପାରେ । ପ୍ରତିଶୋଧ ନେବାକୁ ଜଗନ୍ନାଥ କରିଥିଲା ଜଘନ୍ୟ ହତ୍ୟା । ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ। ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଅଭିଯୁକ୍ତର ଚିକିତ୍ସା କରାଯାଉଛି । ଅଧିକ ତଦନ୍ତ ଚାଲିଥିବା ବେଳେ ସୁସ୍ଥ ହେବା ପରେ ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲଣ କରିବ ପୋଲିସ । ୧୦ ବର୍ଷ ତଳୁ ଯାଜପୁରରୁ ଆରମ୍ଭ ହୋଇଥିବା ସମ୍ପର୍କ ଭୁବନେଶ୍ୱରରେ ଶେଷ ହୋଇଥିଲା। ପ୍ରିୟଦର୍ଶିନୀଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି। ତାଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍‌ପିଟାଲରେ ପହ଼ଚିଛନ୍ତି।

ଅନ୍ୟ ପକ୍ଷରେ ପ୍ରିୟଦର୍ଶିନୀଙ୍କୁ ବୀଭତ୍ସ ହତ୍ୟା ଘଟଣା ନେଇ ଏପରି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମାଆ। ଅଭିଯୁକ୍ତର ମା’ ଙ୍କ ଅନୁଯାୟୀ ହତ୍ୟାକାଣ୍ଡ ପଛରେ ରହିଛି ପ୍ରେମ ସମ୍ପର୍କ । ମୃତ ପ୍ରିୟଦର୍ଶିନୀଙ୍କ ସହ ଜଗନ୍ନାଥଙ୍କ ପ୍ରେମସମ୍ପର୍କ ରହିଥିଲା । ବିବାହ ପୂର୍ବରୁ ଦୁଇ ଜଣଙ୍କ ସମ୍ପର୍କ ଥିଲା। ତେବେ ବିବାହ ପରେ ସମ୍ପର୍କ ରହିନଥିଲା। ଗତବର୍ଷ ଲକ୍‌ଡାଉନ୍‌ ସମୟରୁ ପୁଣି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଗଢିଠିଥିଲା। ତେବେ ସମ୍ପର୍କରେ ତିକ୍ତତା ଆସିବାରୁ ଜଗନ୍ନାଥ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟାଇଥିଲା।

ଅନ୍ୟପଟେ ଆତ୍ମହତ୍ୟା ପୂର୍ବରୁ ଜଗନ୍ନାଥର ହ୍ଵାଟସ ଆପ୍‌ ଚାଟ୍‌ ସାମନାକୁ ଆସିଛି । ନିଜ ଘର ଲୋକଙ୍କୁ କ୍ଷମା ମାଗିଛି ଜଗନ୍ନାଥ । ଭାଇ ଭାଉଜ, ମାମୁମାଇଁ ଓ ମଉସା, ମାଉସୀଙ୍କୁ ହ୍ଵାଟସଅପରେ କ୍ଷମା ମାଗିଛି ଜଗନ୍ନାଥ । ବାପା ବୋଉଙ୍କ କଥା ବୁଝିବ ବୋଲି ଭାଇଙ୍କୁ ନିବେଦନ କରିଛି ଜଗନ୍ନାଥ । ଏହାସହ ଗାଡି ଲୋନ୍‌ ସୁଝି ଦେବାକୁ ଭାଇଙ୍କୁ କହିଛନ୍ତି । ଏହି ମେସେଜରୁ ଜଣାପଡୁଛି ଯେ, ମାରିବା ପରେ ନିଜେ ଆତ୍ମହତ୍ୟା କରିବ ବୋଲି ଭାବି ନେଇଥିଲା । ଆଉ ଏକ ବିଶେଷ ସୂତ୍ରରୁ ଜଣାଯାଇଛିକି ଅଭିଯୁକ୍ତ ଜଣଙ୍କ ପୂର୍ବରୁ ପ୍ରସ୍ତୁତ ହୋଇଆସିବା ସହ ସାଙ୍ଗରେ ଶଙ୍ଖାସିନ୍ଦୁର ମଧ୍ୟ ଆଣିଥିଲେ |

 

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago