ଭୁବନେଶ୍ୱରକୁ ନ୍ୟୁ ଷ୍ଟେସନ୍

ଭୁବନେଶ୍ୱର : ରଥଯାତ୍ରା ପୂର୍ବରୁ ଉଦ୍ଘାଟିତ ହୋଇଛି ଭୁବନେଶ୍ୱର ନ୍ୟୁ ରେଲେଓ୍ଵ ଷ୍ଟେସନ। ଭୁବନେଶ୍ୱର ଷ୍ଟେସନରୁ ୧୪ କିଲୋମିଟର ଦୂରରେ ରହିଛି ଏହି ଷ୍ଟେସନ । ୨୦୧୨ ମସିହାରେ ଏହି ଷ୍ଟେସନର ନିର୍ମାଣ କାଯ୍ୟର୍ ଆରମ୍ଭ କରାଯାଇଥିଲା। ପାଖାପାଖି ୨୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ଏହାସହ ରଥଯାତ୍ରା ମୋବାଇଲ୍ ଆପ୍, ଖୋର୍ଦ୍ଧା ଷ୍ଟେସନ୍ଠାରେ ମେମୁ ସେଡ୍, ପୁରୀ ବଗଲା ଧର୍ମଶାଳାଠାରେ ପିଆର୍ଏସ୍ କାଉଣ୍ଟର ଓ ଭୁବନେଶ୍ୱର ଷ୍ଟେସନ୍ ଠାରେ ତୃତୀୟ ଫୁଟ୍ ଓଭର ବ୍ରିଜ୍ର ଉଦ୍ଘାଟନ କରାଯାଇଛି ।
ଏହି ଲୋକାର୍ପଣ ଉତ୍ସବକୁ ରାଜ୍ୟ ସରକାରଙ୍କର ମନ୍ତ୍ରୀ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କେହି ମଧ୍ୟ ଯୋଗ ଦେଇନଥିଲେ ।