ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା : ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ହେବ । ରେଲେଓ୍ଵ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ । ପ୍ଲାନିଂ, ଡିଜାଇନ୍‌ ସହ ଟେଣ୍ଡର କାମ ଶେଷ ହୋଇଛି । ଖୁବଶୀଘ୍ର ଭୂମି ପୂଜନ ଆରମ୍ଭ ହେବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ । ସେହିପରି ଭୁବନେଶ୍ୱରରୁ ଆରମ୍ଭ ହୋଇଛି ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେକର । ଉଦଘାଟନ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ରେଳ ଷ୍ଟେସନରୁ ଆରମ୍ଭ ହୋଇଛି ନୂତନ ସେବା । କୋଇଲା ପରିବହନ ପାଇଁ ଏହି ଆଲୁମୁନିଅମ ବଗିର ବ୍ୟବହାର ହେବ ।

ପୂର୍ବରୁ ଷ୍ଟିଲ୍‌ ବଗିରେ ପରିବହନ କରାଯାଉଥିଲା । ଏହି ଆଲୁମୁନିଅମ୍‌ ବଗି ଷ୍ଟିଲ ବଗି ତୁଳନାରେ ୧୮୦ ଟନ୍‌ ହାଲୁକା ହେବା ସହ ୫ରୁ ୧୦ ପ୍ରତିଶତ ଅଧିକ ମାଲ୍‌ ପରିବହନ କରିପାରିବ । ପୂର୍ବ ଠାରୁ କମ୍‌ ଏନର୍ଜୀ ମଧ୍ୟ ଖର୍ଚ୍ଚ ହେବ । ହିଣ୍ଡାଲକୋ ବଗି ଗୁଡିକର ନିର୍ମାଣ କରିଛି । ୬୦ ବଗି ବିଶିଷ୍ଟ ଟ୍ରେନ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଟ୍ରାକରେ ଚାଲିଛି । ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି । ୧୦୦ କିଲୋମିଟର ଜଙ୍ଗଲ ଜମି ନେଇ ସମସ୍ୟା ରହିଛି । ଖୁବଶୀଘ୍ର ଅନୁମତି ମିଳିଯିବ । ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପ କାମ ଖୁବ ଶୀଘ୍ର ବାସ୍ତବ ରୂପ ନେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.