ଆଜି ଖୋର୍ଦ୍ଧା ଜିଲ୍ଲା ପଜିଟିଭ ସଂଖ୍ୟାର ୮୪ ପ୍ରତିଶତ ଭୁବନେଶ୍ୱରରୁ

ଭୁବନେଶ୍ୱର(କେ ନ୍ୟୁଜ): କରୋନା ସଂକ୍ରମଣରେ ଭାରୀ ପଡୁଛି ରାଜଧାନୀ ଭୁବନେଶ୍ୱର । କରୋନାର ହଟ ସ୍ପଟ ଭାବେ ଜଣା ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାର ଅଧାରୁ ଅଧିକ କେବଳ ଭୁବନେଶ୍ୱରରୁ ପଜିଟିଭ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୫ଶହ ୩୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବିଏମସି ଅଞ୍ଚଳରୁ ବାହାରିଛନ୍ତି କେବଳ ୧୨ଶହ ୯୪ ।

ଯାହା ଭିତରୁ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୧୧ଶହ ୩୧ ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ହଟସ୍ପଟ ସାଜିଛି ନୟାପଲ୍ଲୀ, ପଟିଆ, ବଡଗଡ଼, ଜଗମୋହନନଗର, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍‌, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ଚିନ୍ତାମଣିଶ୍ୱର, ମଞ୍ଚେଶ୍ୱର, ଡୁମଡୁମା ଅଞ୍ଚଳ । ଏସବୁ ସ୍ଥାନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ରୁ ଅଧିକ ରହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.