ଭୁବନେଶ୍ୱର ସାଇନ୍ସ ପାର୍କ ବସ୍ତି ଛୁରାମାଡ ଘଟଣା, ଆହତ ଜନ୍ମେଜୟ ମୃତ

ଭୁବନେଶ୍ୱର : ସାଇନ୍ସ ପାର୍କ ବସ୍ତି ଛୁରାମାଡ ଘଟଣାରେ ଆହତ ଜନ୍ମେଜୟ ମୃତ। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ସହିଦ ନଗର ଥାନା ସାଇନ୍ସ ପାର୍କ ବସ୍ତିରେ ଚାରିଦିନ ପୂର୍ବେ ଘଟିଥିଲା ଏହି ଘଟଣା । ପୁତୁରା ଜନ୍ମେଜୟକୁ ବାହାରକୁ ଯିବାକୁ ଦାଦା ଶାନ୍ତି ଭୂଷଣ ନାୟକ ଡାକିଥିଲେ । ବାହାରକୁ ଯିବାକୁ ମନା କରିବାରୁ ଅନ୍ୟ ଏକ ପୁତୁରା, ଅନ୍ୟ କିଛି ବ୍ୟକ୍ତି ଏବଂ ଦାଦା ମିଶି ଜନ୍ମେଜୟଙ୍କୁ ହକି ଷ୍ଟିକ ଓ କାଠ ଫାଳିଆରେ ମାଡ଼ ମାରିଥିଲେ । ଏହାପରେ ଦାଦା ଶାନ୍ତି ଭୂଷଣ ପୁତୁରା ଜନ୍ମେଜୟଙ୍କୁ ଛୁରାମାଡ଼ କରିଥିଲେ। ତେବେ ଜନ୍ମେଜୟଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଥିବା ପରିବାର ଅଭିଯୋଗ କରିଛନ୍ତି ।
ତେବେ ବସ୍ତିରେ କାହିଁକି ବଢୁଛି କ୍ରାଇମ୍ ? କାହିଁକି ରକ୍ତର ହୋଲି ଖେଳୁଛନ୍ତି ବସ୍ତି ଯୁବକ ? ତେବେ ବସ୍ତିରେ ରହୁଥିବା ଯୁବକଙ୍କୁ ହତ୍ୟା ପଛରେ ମୂଳ କାରଣ ହେଉଛି ନିଶା । ତେବେ ରାଜଧାନୀରେ ବସ୍ତିକୁ ଅପରାଧମୁକ୍ତ କରିବା ପ୍ରକ୍ରିୟା ଜାରି ରହିଥିବା ଏସିପି କହିଛନ୍ତି । ବସ୍ତିରେ ପୋଲିସ ପକ୍ଷରୁ “ବସ୍ତିକୁ ଚାଲ” ଅଭିଯାନ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । କିନ୍ତୁ ନିଶା ପାଇଁ ପାଣି ଫୋଟକା ଭଳି ଜୀବନ ଯାଉଛି ।
ଆହୁରି ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧିକ୍ଷକ: ୮ଟି ପ୍ଲଟ ଓ ୨ଟି ବେନାମୀ ୪ ଚକିଆ ଗାଡ଼ି ଠାବ