ଭୁବନେଶ୍ବର : ଗ୍ୟାସ ବୁକିଂ ପାଇଁ ବଢିଲା ଟେନସନ। ରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ ଲୋକ। ଭୁବନେଶ୍ବର ସୁନ୍ଦରପଦାରେ ରାସ୍ତା ଅବରୋଧ । ଏୟାରଫିଲ୍ଡ ଥାନା ସାମ୍ନାରେ ଗ୍ୟାସ ଏଜେନ୍ସି ବିରୋଧରେ ଅଭିଯୋଗ। ମନ ଇଛା ବୁକିଂ କରୁଥିବା ଏଜେନ୍ସି ନାଁରେ ଅଭିଯୋଗ ହୋଇଛି। ପ୍ରତିବାଦ କରି ରାସ୍ତା ଅବରୋଧ କରାଯାଇଛି।
ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଛି ବୋଲି ରାଜଧାନୀରେ ଗ୍ୟାସ ଉପଭୋକ୍ତା ଅଭିଯୋଗ ଆଣିଛନ୍ତି। ହେଲେ ଗ୍ୟାସ ଡେଲିଭେରି ନ ହୋଇ ଡେଲିଭେରି ହେବାର ମେସେଜ ଆସୁଛି। ଏପରିକି ସବସିଡି ଟଙ୍କା ଆକାଉଣ୍ଟରେ ଆସି ଗଲାଣି ଅଥଚ ଗ୍ୟାସ ଏପର୍ଯ୍ୟନ୍ତ ଆସିନାହିଁ। ଫଳରେ ଗ୍ୟାସ୍ ଏଜେନ୍ସି ବିରୋଧରେ ଗର୍ଜନ କରି ରାସ୍ତାକୁ ଓହ୍ଲାଇବା ସହ ଗ୍ୟାସ ଟାଙ୍କି ଧରି ଏଜେନ୍ସି ସାମ୍ନାରେ ଲାଇନ ଲଗାଇଛନ୍ତି। ପୋଲିସ ହସ୍ତ କ୍ଷେପ ପରେ ଲୋକଙ୍କୁ ବୁଝାସୁଝା ହୋଇଛି।