ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱରରୁ ରାୟପୁର ବିମାନସେବା !

ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ଭୁବନେଶ୍ୱରରୁ ରାୟପୁର ମଧ୍ୟରେ ଆରମ୍ଭ ହେବ ବିମାନସେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦ୍ଧିବଦ୍ଧ ଭାବେ ଏହାର ଉଦ୍‌ଘାଟନ କରାଯିବ। ଉଡାନ୍‌ ଯୋଜନାରେ ମାତ୍ର ଦେଢଘଣ୍ଟାରେ ଜଣେ ଯାତ୍ରୀ ଭୁବନେଶ୍ୱରରୁ ବାହାରି ରାୟପୁରରେ ପହଞ୍ଚିପାରିବ। ବିମାନ ଉଡାଣକାରୀ ସଂସ୍ଥା ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ବିମାନ ଭୁବନେଶ୍ୱରରୁ ବାହାରି ରାୟପୁରରେ ୭ଟା ୪୦ରେ ପହଞ୍ଚିବ। ସେଠାରୁ ଅପରାହ୍ନ ୧୨ଟା ୧୫ରେ ବାହାରି ପୁଣି ୧ଟା ୪୦ ମିନିଟ୍‌ରେ ପହଞ୍ଚିବ। ବିମାନରେ ୨୦ଟି ସିଟ୍‌ ରହିଛି। ଟିକଟ୍‌ ମୂଲ୍ୟ ୪,୫୦୦ଟଙ୍କା ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.