ଟ୍ୟୁସନ ସାର୍‌ଙ୍କ ସହ ଫେରାର ୨ ଛାତ୍ରୀ ଉଦ୍ଧାର, ସମ୍ବଲପୁରରେ ଗୋଟିଏ ଭଡା ଘରୁ ଠାବ କଲା ଅଇଁଠାପାଲି ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ଉଦ୍ଧାର ହେଲେ ଟ୍ୟୁସନ ସାର୍‌ଙ୍କ ସହ ଫେରାର ହୋଇଥିବା ୨ ଛାତ୍ରୀ। ସମ୍ବଲପୁର ଅଇଁଠାପାଲିରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଗୋଟିଏ ଭଡା ଘରୁ ୩ ଜଣଙ୍କୁ ଠାବ କଲା ଅଇଁଠାପାଲି ପୋଲିସ। ସେମାନଙ୍କୁ ଆଣିବା ପାଇଁ ଭୁବନେଶ୍ୱରରୁ ଏକ ଟିମ୍‌ ସମ୍ବଲପୁର ଯାଇଥିଲା।

ଆଜି ସେଠାରୁ ସେମାନଙ୍କୁ ଭୁବନେଶ୍ୱର ଅଣାଯିବ। ଗତ ୧୪ ତାରିଖରୁ ଟିଉସନ ସାର ସମ୍ବଲପୁର ଯାଇ ସେଠାରେ ଏକ ଭଡାଘର ନେଇଥିଲେ। ଛାତ୍ରୀ ଦୁଇ ଜଣ ୧୯ ତାରିଖରେ ଭୁବନେଶ୍ୱରରୁ ସମ୍ବଲପୁର ଯାଇଥିଲେ। ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍‌ ଫେରାର ହୋଇଯାଇଥିବା ପରିବାର ଲୋକେ ଭୁବନେଶ୍ୱର ବଡଗଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.