ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଓ୍ଵାଇ-ଫାଇ ସେବା, ‘ଭୁବନେଶ୍ୱର ମି ଓ୍ଵାଇଫାଇ’ ପ୍ରକଳ୍ପକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ଯୁଜ୍) : ଡିଜିଟାଲ୍ ଦୁନିଆ ସହ ଯୋଡ଼ି ହେଲା ରାଜଧାନୀର କୋଣ ଅନୁକୋଣ । ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଓ୍ଵାଇ-ଫାଇ ସେବା । ‘ଭୁବନେଶ୍ୱର ମି ଓ୍ଵାଇଫାଇ’ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ଯାୟରେ କିଟ୍ ଛକରୁ ରାଜଭବନ ଛକ, ବିମାନବନ୍ଦର ଛକରୁ ଆଚାର୍ଯ୍ଯ ବିହାର ଓ ନାଲ୍କୋ ଛକ, କଳ୍ପନାରୁ ରସୁଲଗଡ଼ ଛକ, ଶିଶୁଭବନ ଛକରୁ ବାଣୀବିହାର ଏବଂ ବାଣୀବିହାର ଛକରୁ ରସୁଲଗଡ଼ ମଧ୍ୟରେ ୱାଇଫାଇ ସେବା ଉପଲବ୍ଧ ହେଉଛି ।
ପ୍ରଥମ ପର୍ଯ୍ୟାୟରେ ୧୦୦ଟି ହଟସ୍ପଟ୍ ଓ ୨୭୫ ଆକ୍ସେସ୍ ପଏଣ୍ଟ କାର୍ଯ୍ୟ କରିବା ଆରମ୍ଭ କରିଛି । ଏହାଦ୍ୱାରା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଣ୍ଟା ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବ । ଏହି ସମୟରେ ୨ ଏମବିପିଏସ୍ ସ୍ପିଡରେ ୫୦ ଏମ୍ବି ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ। ଗୋଟିଏ ୱାଇଫାଇ ହଟସ୍ପଟ୍ ଅଧୀନରେ ସର୍ବାଧିକ ୧୫୦ଜଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଆହୁରି ୫୧୮ଟି ସ୍ଥାନରେ ଆକ୍ସେସ୍ ପଏଣ୍ଟ କରାଯିବ।