ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର

rain ଭୁବନେଶ୍ବର: ଅସରାଏ ବର୍ଷାରେ ବିଭିନ୍ନ ରାସ୍ତାରେ ଆଣ୍ଠୁଏ ପାଣି ଜମିଛି। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ସହ ଟ୍ରାଫିକ ସମସ୍ୟା ଦେଖାଦେଇଛି। ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏରୁ ବର୍ଷା ଆରମ୍ଭ ହୋଇଥିଲା। ଏକ ଘଣ୍ଟାରୁ ଅଧିକ ସମୟ ଧରି ମୂଷଳ ଧାରାରେ ବର୍ଷା ଲାଗି ରହିଥିଲା।

rain ଏଥିରେ ନୟାପଲ୍ଲୀ, ଇସ୍କନ ମନ୍ଦିର ସାମ୍ନା, ଜୟଦେବ ବିହାର, ଆଚାର୍ୟ୍ୟ ବିହାର, ବରମୁଣ୍ଡା, ଫାୟାର ଷ୍ଟେସନ, ପାୱାର ହାଉସ ଛକ, ୟୁନିଟ-୮ ଅଞ୍ଚଳରେ ରାସ୍ତା ଉପରେ ପାଣି ଲହଡ଼ି ମାରିଥିଲା। ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। କାର, ସ୍କୁଟର ଓ ବାଇକ, ସାଇକେଲ ଆଦି ପାଣିରେ ଅଧା ବୁଡ଼ି ଯାଇଥିଲା। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର କିଛି ତଳୁଆ ଅଞ୍ଚଳରେ ପାଣି ପଶିଛି ।

Leave A Reply

Your email address will not be published.