ଭୁବନେଶ୍ୱର : ବ୍ରେକ ଅପ୍‌ ପରେ ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ

ଭୁବନେଶ୍ୱର(କେନ୍ୟୁଜ) : ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ପୁରୁଣା ପ୍ରେମିକା ସହ ବଚସା ହେବା ପରେ ତାକୁ ମାଡ଼ ମାରିଥିଲା। ଯୁବତୀଙ୍କ ଅଭିଯୋଗ ପରେ ତାକୁ ଗିରଫ କରାଯାଇଛି।

ଅଭିଯୋଗ ଅନୁସାରେ ୩ ବର୍ଷ ଧରି ପ୍ରେମ କରୁଥିବା ଯୁବତୀଙ୍କ ଠାରୁ ଅଲଗା ହେବା ପରେ ଯୁବତୀ ଜଣଙ୍କ ତାଙ୍କର ସମସ୍ତ ଫଟୋ ମୋବାଇଲରୁ ଡ଼ିଲିଟ କରିବା ପାଇଁ ଯୁବକଙ୍କୁ କହିଥିଲେ । ହେଲେ ଅଭିଯୁକ୍ତ ପ୍ରେମିକ ଜଣଙ୍କ ନିଜ କାରରେ ଆଉ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ପ୍ରେମିକାଙ୍କ ପାଖରେ ପହଂଚିଥିଲେ ।

ଆଉ ମୋବାଇଲରୁ ଫଟୋ ଡ଼ିଲିଟ୍ ନେଇ ଯୁକ୍ତି ତର୍ଜ ପରେ ପ୍ରେମିକ ଜଣଙ୍କ ତାଙ୍କୁ ମାଡ଼ ମାରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ପ୍ରକାମ୍ଯ ସିଂଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.