କରୋନା ପାଇଁ ଭୁବନେଶ୍ୱରର ପ୍ରମୁଖ ହାଟ ହେବ ସ୍ଥାନାନ୍ତର, ନଜର ପକାନ୍ତୁ କେଉଁ ହାଟ କେଉଁଠାକୁ ଯିବ

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ଠାରୁ ଭୁବନେଶ୍ୱରର ପ୍ରମୁଖ ହାଟ ହେବ ସ୍ଥାନାନ୍ତର। ହାଟରେ ଗହଳି କମ କରିବା ଓ ସାମାଜିକ ଦୂରତା ବଜାୟ ରଖିବା  ପାଇଁ  ଏହି  ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର । ତେବେ ନଜର ପକାନ୍ତୁ କେଉଁ ହାଟ କେଉଁ ଜାଗାକୁ ସ୍ଥାନାନ୍ତର ହେବ।

  •  ଏକ ନମ୍ବର ହାଟକୁ ଏକନମ୍ବର ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର ହେବ
  • ବ୍ରହ୍ମେଶ୍ବର ହାଟକୁ ବ୍ରହ୍ମେଶ୍ବର ମେଳଣ ପଡିଆକୁ ସ୍ଥାନାନ୍ତର ହେବ
  • ଲିଙ୍ଗରାଜ ହାଟକୁ   ବିଏମସି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖକୁ ସ୍ଥାନାନ୍ତର ହେବ
  • ଆଜିଠାରୁ ୪ ନମ୍ବର ହାଟକୁ ଶାସ୍ତ୍ରୀ ନଗର ରେଡକ୍ରସ ରାସ୍ତାକୁ ସ୍ଥାନାନ୍ତରଣ କରାଯାଇଛି।

ମାର୍କେଟ ଗୁଡିକର ସ୍ଥାନାନ୍ତର ନେଇ ପ୍ରକିୟା ଚାଲିଥିବା ସୂଚନା ଦେଇଛନ୍ତି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ।

Leave A Reply

Your email address will not be published.