ବାବା ଭୁଜାଖିଆ ପୀର ବାବାଙ୍କ ବାର୍ଷିକୀ ଉତ୍ସବର ଆଜି ଶେଷ ଦିନ, ନାହିଁ ନଥିବା ଭିଡ

ବାଲେଶ୍ୱର (କେନ୍ୟୁଜ୍) : ବାବା ଭୁଜାଖିଆ ପୀର ବାବାଙ୍କ ୭୫ତମ ବାର୍ଷିକୀ ଉତ୍ସବର ଆଜି ଶେଷ ଦିନ । ଏହି କାର୍ୟ୍ୟକ୍ରମରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକମାନେ ପୀର ବାବା ଆସ୍ଥାନରେ ଚାଦର ଚଢାଇବା ସହ ଭୁଜା ଭୋଗ ଲାଗି କରିଥିଲେ । ମୁସଲମାନ ସଂପ୍ରଦାୟର ଲୋକମାନେ ତାଜିଆ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପୀର ବାବାଙ୍କ ପିଠରେ ପହଂଚିଥିଲେ । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଭକ୍ତଙ୍କ ଭିଡ଼ ଜମିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।