ପ୍ରବାସ ଦିବସ ପାଳନ ପାଇଁ ପ୍ରସ୍ତୁତି, ଜନତା ମଇଦାନରେ ହେଲା ଭୂମିପୂଜନ

ଭୁବନେଶ୍ବର : ଭୁବନେଶ୍ବରରେ ଜାନୁଆରୀ ୮ ରୁ ୧୦ ତାରିଖ ଯାଏ ପ୍ରବାସ ଦିବସ ପାଳନ ପାଇଁ ପ୍ରସ୍ତୁତି । ଏଥିପାଇଁ ଉତ୍ସବ ଆୟୋଜନ ସ୍ଥଳ ଜନତା ମଇଦାନରେ ଆଜି ଭୂମିପୂଜନ କରାଯାଇଛି । କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଇଡକୋର ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କ ସହ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରବାସୀ ଭାରତୀୟ ଦିବସରେ ୭ ହଜାରରୁ ଅଧିକ ପ୍ରବାସୀଙ୍କ ସହ ମୋଟ ୧୦ ହଜାର ଅତିଥି ଯୋଗ ଦେବେ । ୮ ତାରିଖରେ ଯୁବ ପ୍ରବାସୀଙ୍କ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେବେ । ଏହି ଅବସରରେ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀକୁ ନେଇ ପ୍ରଦର୍ଶନୀ କରାଯିବ ।

ଏହାସହ ଓଡିଶା ପରମ୍ପରା ଏବଂ ରାମାୟଣକୁ ନେଇ ମଧ୍ୟ କଳା ପ୍ରଦର୍ଶନୀ ହେବ । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣରେ ପ୍ରବାସୀ ଭାରତୀୟଙ୍କର କଣ ଅବଦାନ ରହିବ, ଏହାକୁ ନେଇ ଏହି ପ୍ରଦର୍ଶନୀ କରାଯିବ । ଏହାସହ ଦେଶ ଓ ରାଜ୍ୟ ବିକାଶରେ ଟେକ୍ନୋଲୋଜିର ଭୂମିକା ଉପରେ ମଧ୍ୟ ଆଲୋଚନା ହେବ । ପ୍ରବାସୀ ଭାରତୀୟ ଦିବସ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କୌଣସି ନିର୍ଦ୍ଦିଷ୍ଟ ବିଭାଗ ନୁହେଁ ସମସ୍ତ ବିଭାଗକୁ ସୁରୁଖୁରୁରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦାୟିତ୍ୱ ଦିଆଯାଇଛି ।