ଭୂପେଶ ବାଘେଲ ହେଲେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ (କେନ୍ୟୁଜ୍) : ଭୂପେଶ ବାଘେଲ ହେଲେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟର ୩ୟ ମୁଖ୍ୟମନ୍ତ୍ରୀ ହେବେ ବାଘେଲ। କଂଗ୍ରେସ ବିଧାୟକ ଦଳ ବୈଠକରେ ଟିଏସ ସିଂହଦେଓ ବାଘେଲଙ୍କ ନାମକୁ ପ୍ରସ୍ତାବ କରିଥିଲେ। ସର୍ବସମତି କ୍ରମେ ବାଘେଲଙ୍କ ନାଁକୁ ସମର୍ଥନ କରିଥିଲେ। ୪ପ୍ରମୁଖ ଦାବିଦାର ନୂଆଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ବୈଠକ ସାରି ଫେରିବା ପରେ ଆଜି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ପର‌୍ୟ୍ୟବେକ୍ଷକ ମଲ୍ଲିକାର୍ଜୁନ ଖରଗେ ଏବଂ ରାଜ୍ୟ ପ୍ରଭାରୀ ପିଏଲ ପୁନିଆ ଉପସ୍ଥିତ ଥିଲେ।

Leave A Reply

Your email address will not be published.