ସୁପ୍ରିମକୋର୍ଟର ଶୁଣାଣିକୁ ପୁନଃ ଶୁଣାଣି କରିବା ନେଇ ଭୂଷଣ ଜେ.ଏସ.ଡବ୍ଲୁ.ର କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ଝାରସୁଗୁଡା : ସୁପ୍ରିମକୋର୍ଟର ଶୁଣାଣିକୁ ପୁନଃ ଶୁଣାଣି କରିବା ନେଇ ଆଜି ଠେଲକୁଲି ଠାରେ ଥିବା ଭୂଷଣ ଜେ.ଏସ.ଡବ୍ଲୁ.ର କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା । ସୂଚନାନୁସାରେ ସମ୍ବଲପୁର ଜିଲ୍ଲା ଠେଲକୁଲି ଠାରେ ଭୂଷଣ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ଭୂଷଣ ଷ୍ଟିଲ ଓ ପାୱାର ।
ତେବେ କିଛି ଦିନ କାରଖାନା ଚାଳିବା ପରେ ଭୂଷଣ କମ୍ପାନୀ ବ୍ୟାଙ୍କ ଋଣ ହେବାରୁ ଏହାକୁ ନିଲାମ ପ୍ରକ୍ରିୟାରେ ନେଇଥିଲା । ତେବେ ୨୦୨୧ରେ ଏହି ନିଲାମ ପ୍ରକ୍ରିୟାରେ ଜେ.ଏସ.ଡବ୍ଲୁ. କମ୍ପାନୀକୁ ୧୯୭୦୦କୋଟି ଟଙ୍କା ଜମା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ହେଲେ ବର୍ତ୍ତମାନ ଜେ.ଏସ.ଡବ୍ଲୁ. ଦେୟ ଦେବାରେ ବିଳମ୍ବ କରିଥିଲା ବୋଲି ଗତକାଲି ସ୍କ୍ରପରେ ଦେବା ପାଇଁ ସୁପ୍ରିମକୋର୍ଟ ଶୁଣାଣି କରିଛି । ଏହି ଶୁଣାଣୀକୁ ବିରୋଧ କରି ଆଜି ସମସ୍ତ କର୍ମଚାରୀମାନେ କାରଖାନାର ମୁଖ୍ୟ ଫାଟକ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଯଦି ଏହି କମ୍ପାନୀ ସ୍କ୍ରାପ୍ ରେ ଗଲା ତେବେ ଏଠାରେ କାର୍ଯ୍ୟ କରୁଥିବା ପ୍ରାୟ ୨୫ହଜାରରୁ ଉର୍ଦ୍ଧ୍ ସ୍ଥାୟୀ ଓ ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଅସ୍ଥାୟୀ କର୍ମଚାରୀ ସିଧାସଳଖ ପ୍ରଭାବିତ ହେବେ ଵୋଲି କର୍ମଚାରୀମାନେ କହିଛନ୍ତି ।
Also read: ଦିଦିଙ୍କୁ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଭାବାବେଗ ସହ ଖେଳିବା ଉଚିତ ନୁହେଁ କହିଲେ ଜଗତଗୁରୁ