ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ହେଟ୍‌ ଲେଟର ନମ୍ବର ଥ୍ରୀ: ଅକ୍ଷୟଙ୍କ ନାଁକୁ ନେଇ ଚର୍ଚ୍ଚା, ଗିରଫ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ୱଶୁର

ପାରଳାଖେମୁଣ୍ଡି(କେନ୍ଯୁଜ୍): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖିଅ ଖୋଜୁଛି ପୋଲିସ । ବଲାଙ୍ଗୀରରୁ ଫେରିଲା ପାରଳାଖେମୁଣ୍ଡିର ୫ ଜଣିଆ ପୋଲିସ ଟିମ୍‌ । ଗତକାଲି ବଲାଙ୍ଗୀରରେ ପହଞ୍ଚି ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଉପନିର୍ଦ୍ଦେଶକଙ୍କ ସମେତ କିରାଣୀ ଓ ପିଅନଙ୍କୁ ପଚରାଉଚରା କରି ଫେରିଛନ୍ତି । ବିଦ୍ୟାଭାରତୀ ଏଠାରେ ତାଲିମ ନେଉଥିବା ବେଳେ ସେ ରହୁଥିବା ଲେଡିଜ ହଷ୍ଟେଲର ରୁମ ନଂ-୧କୁ ସିଲ୍‌ କରାଯାଇଛି । ତାଙ୍କର ଦୁଇ ଜଣ ରୁମମେଟଙ୍କୁ ମଧ୍ୟ ଫୋନରେ ପଚରାଉଚରା କରିଛି ତଦନ୍ତକାରୀ ପୋଲିସ ଟିମ । ପୁଣିଥରେ ବଲାଙ୍ଗୀର ଯିବ ଟିମ୍‌ ।

ଏପଟେ ସାମ୍ନାକୁ ଆସିଛି ବିଦ୍ୟାଭାରତୀଙ୍କ ହେଟ୍‌ ଲେଟର ନମ୍ବର ଥ୍ରୀ । ଯେଉଁଥିରେ ଲେଖାଅଛି ଇନସଲ୍ଟ ହେଲା । ଅନନେସେସେରୀ କଥା କହି ନିଜର ଇନସଲ୍‌ଟ କଲି । ଖାଲି ସୁପରଫିସିଆଲି ହିଁ ମିଶନ୍ତି । ମନ ଭିତରେ କ୍ଷତି ବି ଚାହାନ୍ତି । ମୁଁ ସମସ୍ତଙ୍କୁ ଘୃଣା କରେ । ମୋ ପାଇଁ କେହି ବି ନାହାନ୍ତି । ମୁଁ ତାଙ୍କୁ ଘୃଣା କରେ । ବହୁତ କଥା ଅଛି ପରେ କହିବି । ସେହିପରି ହାତଲେଖାରେ ଅକ୍ଷୟ ନାଁ ଉଲ୍ଲେଖ କରି ପୁଣି କାଟି ଦେଇଛନ୍ତି ବିଦ୍ୟାଭାରତୀ । ଏବେ ପ୍ରଶ୍ନ ଉଠୁଛି ସେହି ଅକ୍ଷୟ କିଏ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.