ପାରଳାଖେମୁଣ୍ଡିରେ ରହିବା ପରେ ଘରକୁ ଟଙ୍କା ପଠାନ୍ତି ନାହିଁ ସୌମ୍ୟ, ତାଙ୍କ ଦରମାରେ ମନ ଇଚ୍ଛା ନାମୀଦାମୀ ଜିନିଷ କିଣୁଥିଲେ ବିଦ୍ୟାଭାରତୀ !

ପାରଳାଖେମୁଣ୍ଡି(କେନ୍ଯୁଜ୍):ପାରଳାଖେମୁଣ୍ଡି ACF ସୌମ୍ୟଙ୍କ ମୃତ୍ୟୁ ରହସ୍ୟରୁ ଏଯାଏ ହଟୁନି ପରଦା । କିନ୍ତୁ ମାମଲାରେ ଆସୁଛି ନୂଆ ଟ୍ଵିଷ୍ଟ। ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୧୯ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି। ସୌମ୍ୟଙ୍କ ପରିବାର ଲୋକ ନ୍ୟାୟକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ସୌମ୍ୟଙ୍କର ବିବାହ ପରେ ଦରମାକୁ ମନ ଇଚ୍ଛା ବ୍ୟବହାର କରିବା ନେଇ ସୌମ୍ୟଙ୍କ ବଡଭାଇ ଅଭିଯୋଗ ଆଣିଛନ୍ତି।

ସୌମ୍ୟଙ୍କ ଦରମାରେ ନାମୀଦାମୀ ଜୋତା, ସ୍ୱାସ୍ଥ୍ୟ ପାଇଁ ଦାମୀ କେଶର ମଗାଉଥିଲେ । ଆମାଜାନ୍‌ ଓ ଫ୍ଲିପକାର୍ଟରୁ ବହୁ ନାମିଦାମୀ ଜିନିଷ କିଣୁଥିଲେ ବିଦ୍ୟାଭାରତୀ । କଣ୍ଢେଇଠାରୁ ଆରମ୍ଭ କରି ଦାମୀ ପୋଷାକ ମଗାଉଥିଲେ । ସୌମ୍ୟଙ୍କ ଦରମାର ଅଧିକାଂଶ ଭାଗ ଦିବ୍ୟାଭାରତୀ ଖର୍ଚ୍ଚ କରୁଥିଲେ ଅଭିଯୋଗ ହୋଇଛି । ପାରଳାଖେମୁଣ୍ଡିରେ ରହିବା ପରେ ଘରକୁ ଟଙ୍କା ପଠାନ୍ତି ନାହିଁ ବୋଲି କହିଛନ୍ତ ସୌମ୍ୟଙ୍କ ଭାଇ । ଅନ୍ୟପଟେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ତାଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.