ମୟୁରଭଞ୍ଜ କପ୍ତିପଦାରେ ଅଧିକ ତଥ୍ୟ ସଂଗ୍ରହ କରିବ ପାରଳା ପୋଲିସ୍ ଟିମ୍‌, ବିଦ୍ୟାଭାରତୀଙ୍କୁ ପୁଣି ଥରେ ହେବ ଜେରା

ମୟୁରଭଞ୍ଜ(କେନ୍ଯୁଜ୍): ମୟୁରଭଞ୍ଜ କପ୍ତିପଦାରେ ପାରଳା ପୋଲିସ୍ ଟିମ୍‌। ବିଦ୍ୟାଭାରତୀଙ୍କୁ ପୁଣି ଥରେ ହେବ ଜେରା। ପାରଳା ପୋଲିସ୍ ଟିମ୍‌ ବିଦ୍ୟାଙ୍କ ପୈତୃକ ଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦାକୁ ଯିବ । ଅଧିକ ତଥ୍ୟ ସଂଗ୍ରହ କରିବ ତଦନ୍ତକାରୀ ଟିମ୍‌ । ଘଟଣା ଦିନ ଘର ଭିତରେ ଥିଲେ ବିଦ୍ୟାଭାରତୀ । କେମିତି ପୋଡ଼ିଗଲେ ସୌମ୍ୟ ତାର ଖିଅ ଖୋଜୁଛି ପୋଲିସ୍।

ଏପଟେ ଗତକାଲି ବିଦ୍ୟାଙ୍କ ନିକଟରୁ ତାଙ୍କର ଓ ସୌମ୍ୟଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଥିଲା। ସେଥିରୁ ୨ଟି ଫଟୋ ମିଳିଛି। ଅନ୍ୟପଟେ ୨୦୧୯ରେ ବିଦ୍ୟାଙ୍କ ସହ ବିବାହ ପ୍ରସ୍ତାବ ପଡିଥିବା ଉଦଳାର ଜୟପ୍ରକାଶ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିପାରେ ପୋଲିସ୍। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ବିତିଲାଣି ୨୨ଦିନ। ହେଲେ ଏବେ ବି ରହସ୍ୟଜନକ ମୃତ୍ୟୁ ଉପରୁ ହଟିନି ପରଦା।

ତଦନ୍ତ ନାଁରେ କେବଳ ଗଡୁଛି ଦିନ । ସସପେନ୍ସ ସରିବ କଣ ବଢ଼ି ବଢ଼ି ଚାଲିଛି । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଗଜପତି ପୋଲିସକୁ ତଦନ୍ତରେ ସହାୟତା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ଗଜପତି ସମେତ ବାଲେଶ୍ୱର, ମୟୂରଭଞ୍ଜ ଓ ବଲାଙ୍ଗିର ଜିଲ୍ଲାରେ ବି ତଦନ୍ତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.