ବାତ୍ୟା ପୂର୍ବରୁ ବିଦ୍ୟୁତ୍‌ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା, ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର: ‘ୟସ’ ବାତ୍ୟା ପୂର୍ବରୁ ବିଦ୍ୟୁତ୍‌ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ପ୍ରତ୍ୟେକ ସ୍ଥାୟୀ, ଅସ୍ଥାୟୀ, ଓ ଏଜେନ୍ସୀ ଅଧିନରେ ଠିକାରେ କାର୍ଯ୍ୟରତ କର୍ମଚାରୀ ଏହି ସୁବିଧା ପାଇବେ । ଟାଟା ପାଓ୍ଵାର ଓ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିବେ । ଏହାକୁ ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ମହାସଂଘ ସ୍ୱାଗତ କରିଛି ।

ପୂର୍ବରୁ ଫନି, ହୁଡ୍‌ହୁଡ୍‌ ଓ ତିତ୍‌ଲି ଭଳି ବାତ୍ୟାରେ ଶତାଧିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ୟାକେଜ୍‌ ଘୋଷଣା ପରେ ଜଣେ ସ୍ଥାୟୀ କର୍ମଚାରୀ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ବିଭିନ୍ନ ଏଜେନ୍‌ସି ଅଧୀନରେ କାର୍ଯ୍ୟରତ ଥିବା ଠିକା ଶ୍ରମିକ ୧୦ ଲକ୍ଷ ଟଙ୍କା ପାଇବେ।

Leave A Reply

Your email address will not be published.