ଏସଏଚଜି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ମିଳିବ ୫ ଲକ୍ଷ ଲୋନ୍

ଭୁବନେଶ୍ୱର (କେନ୍ୟୁଜ): ଏସଏଚଜି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ମିଳିବ ୫ ଲକ୍ଷ ଲୋନ୍ । ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଉଥିବା ଋଣ ପରିମାଣକୁ ବୃଦ୍ଧି କରାଯାଇଛି । ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ଦିଆଯାଉଥିଲା ୩ ଲକ୍ଷ ଟଙ୍କାର ଋଣ । ଏହାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଋଣ ରାଶିର ସୁଧକୁ ରାଜ୍ୟ ସରକାର ବହନ କରିବେ । ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ।