ସମ୍ବଲପୁରରେ ଦେଖିବାକୁ ମିଳିପାରେ ୨୦୨୪ର ବିଗ୍ ଫାଇଟ୍, ଧର୍ମେନ୍ଦ୍ର ପ୍ରଧାନ ବନାମ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁରରେ ଦେଖିବାକୁ ମିଳିପାରେ ୨୦୨୪ର ବିଗ୍ ଫାଇଟ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବା ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବଲପୁରରେ ଦେଖିବାକୁ ମିଳିପାରେ ୨୦୨୪ର ବିଗ୍ ଫାଇଟ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବା ଯଥେଷ୍ଟ ସମ୍ଭାବନା ରହିଛି। ଏନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ କିଛି ମାସ ହେଲା ସେ ସଂସଦୀୟ କ୍ଷେତ୍ରକୁ ମାରାଥନ୍ ଗସ୍ତ କରୁଛନ୍ତି ।

ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକସମ୍ପର୍କ ବଢ଼ାଉଛନ୍ତି । ଏଭଳି ସ୍ଥିତିରେ ସମ୍ବଲପୁର ପାଇଁ ବିଜେଡିର ନୂଆ ଯୋଦ୍ଧା ହୋଇପାରନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତିନି ଥର ଯାଜପୁରର ବିଧାୟକ ତଥା ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତକାଲି ବିଜେଡିର ରୁଦ୍ଧଦ୍ବାର ବୈଠକ ବସିଥିଲା। ଏଥିରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ରୋହିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢିବା ନେଇ ଆପାତତଃ ସ୍ଥିର ହୋଇଛି। କିନ୍ତୁ ଏସମ୍ପର୍କରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.