ଫୁଲବାଣୀରେ ବଡ ଠକେଇ ଘଟଣାର ଫର୍ଦ୍ଦାଫାସ: ୭୦ ଲକ୍ଷ ଠକେଇ ଘଟଣାରେ ୨ ଗିରଫ

ଫୁଲବାଣୀ(କେନ୍ୟୁଜ୍): ଫୁଲବାଣୀରେ ବଡ ଠକେଇ ଘଟଣାର ଫର୍ଦ୍ଦାଫାସ । ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଠକେଇ ଘଟଣାରେ ୨ ବ୍ୟାଙ୍କ ଅଧିକାରୀ ଗିରଫ । ଫୁଲବାଣୀ ମାନ୍ନାପୁରମ ବ୍ରାଞ୍ଚ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ବେହେରା ଓ ସହକାରୀ ବ୍ରାଞ୍ଚ ମ୍ୟାନେଜର ଅଶ୍ରୁମୋଚନ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।

ନକଲି ସୁନା ବନ୍ଧକ ରଖି ଟଙ୍କା ନେଇଥିବା ପ୍ରଶାନ୍ତ କୁମାର ସେନାପତି ନାମକ ଯୁବକ ଏବେ ବି ଫେରାର ଅଛି । ଠକେଇ ନେଇ ବ୍ରହ୍ମପୁର ମାନ୍ନାପୁରମ ଆଞ୍ଚଳିକ କାର୍ଯ୍ୟାଳୟର ଏରିଆ ମ୍ୟାନେଜର ସୁବାଶିଷ ଦାସ ଏତଲା ଦେଇଥିଲେ । ଅଡିଟ ବେଳେ ୨ କିଲୋ ନକଲି ସୁନା ବନ୍ଧକ ରଖି ଅଭିଯୁକ୍ତ ପ୍ରଶାନ୍ତ ୭୦ ଲକ୍ଷରୁ ଅଧିକ ଟଙ୍କା ଠକି ଥିବା ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.