ମହାରାଷ୍ଟ୍ରରୁ ଆସି ଓଡ଼ିଶାରେ ବଡ଼ ଠକେଇ: ଲୋକଙ୍କୁ ଚୂନ ଲଗାଇ ଚମ୍ପଟ୍ ମାରିଲେ ୪ କୋଟି ଟଙ୍କା

(କେନ୍ୟୁଜ): ମହାରାଷ୍ଟ୍ରରୁ ଆସି ଓଡ଼ିଶାରେ ବଡ଼ ଠକେଇ। ୪ କୋଟି ଟଙ୍କାର ଠକେଇ ଅଭିଯୋଗ । ମହାରାଷ୍ଟ୍ରର ଦୁଇ ଭାଇ ଭୁବନେଶ୍ୱରରେ ଲୋକଙ୍କୁ ଚୂନ ଲଗାଇ ଚମ୍ପଟ ମାରିଛନ୍ତି । ସିସିଟିଭି ଲଗାଇବା ଆଳରେ ବିଭିନ୍ନ ଡିଲର ପଏଣ୍ଟରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଦୁଇ ଠକ ହେଲେ ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହ । ପାଖାପାଖି ୫୦ ଜଣ ଶାହା ବ୍ରଦର୍ସଙ୍କ ଠକେଇର ଶିକାର ହୋଇଛନ୍ତି ।
ଏହାପରେ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଘରୁ କେଉଁଆଡ଼େ ଚମ୍ପଟ ମାରିଛନ୍ତି ଦୁଇ ଠକ । ଡିଲର ପଏଣ୍ଟକୁ ସେମାନେ ଦେଇଥିବା କୋଟି କୋଟି ଟଙ୍କାର ଚେକ୍ ବାଉନ୍ସ ହୋଇଛି । ସେହିପରି ସେମାନେ ଲିଜ୍ରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ବି ଚଳୁ କରି ଦେଇଛନ୍ତି ଠକ ଶାହା ବ୍ରଦର୍ସ । ଏହା ବ୍ୟତୀତ ସୁନ୍ଦରପଦାରେ ଆପାର୍ଟମେଣ୍ଟ ବିକିବାକୁ କହି ଅନେକକୁ ଠକିଛନ୍ତି।