କେନ୍ଦୁଝର: ୨୦୨୩ ଡିସେମ୍ବର ସୁଦ୍ଧା ସରିବ କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ, ୪୦ ହଜାର ହେକ୍ଟର ଜମି ହେବ ଜଳସେଚିତ

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ ଆସନ୍ତା ୨୦୨୩ ମସିହା ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪ଟି ବ୍ଲକର ପାଖାପାଖି ୪୦ ହଜାର ହେକ୍ଟର ଜମି ଜଳସେଚିତ ହୋଇ ପାରିବ । ଅନେକ ଦିନ ଧରି ଏହି ପ୍ରକଳ୍ପ ବନ୍ଦ ହୋଇ ପଡ଼ି ରହିଥିଲା । ଏହାର କାର୍ଯ୍ୟ କିଭଳି ତୁରନ୍ତ ତ୍ୱରାନ୍ଵିତ ହୋଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଓ ଜଳ ସଂପଦ ବିଭାଗର ସଚିବ ଅନୁ ଗର୍ଗ କେନ୍ଦୁଝର ଗସ୍ତରେ ଆସି କାନପୁର ଡ୍ୟାମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛନ୍ତି । ୨ ହଜାର ୪୩୮ କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ହିଲଟ୍‌ପ ଡାକବଙ୍ଗଳାରେ କାନପୁର ଜଳସେଚନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ । ଏଥିସହ ଜିଲ୍ଲାର ପ୍ରତିଟି ପରିବାର ପାଇପ୍‌ ଯୋଗେ କିପରି ପାନୀୟ ଜଳ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ପାଇ ପାରିବେ ସେନେଇ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ଏହାପରେ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍‌, ଲାଇବ୍ରେରୀ, ଖେଳପଡିଆ ଆଦି ବୁଲି ଦେଖିଥିଲେ । ପିଲାଙ୍କ ସହିତ 5ଟି ସଚିବ ଭି.କେ ପାଣ୍ଡିଆନ ବାସ୍କେଟ୍‌ ବଲ୍‌ ଖେଳିଥିଲେ । ଏହାପରେ ସମସ୍ତେ ବିଦ୍ୟାଳୟରେ ଛାତ୍ରୀଙ୍କ ସହିତ ଗୋଟିଏ ଟେବୁଲ୍‌ରେ ମଧ୍ୟାହ୍ନ ଭୋଜନ କରିଥିଲେ । ଉଚ୍ଚଲକ୍ଷ୍ୟ ନେଇ ପାଠପଢିବା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଜୀବନରେ ଭଲ ମଣିଷ ହେବାକୁ ଛାତ୍ରୀମାନଙ୍କୁ 5ଟି ସଚିବ ଉପଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.