ପ୍ରତାପ ଦେବଙ୍କ ଘରେ ବଡ଼ ବୈଠକ, ସଂଗଠନ ମଜବୁତ କରିବାକୁ ଆଲୋଚନା

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ।  ବୈଠକରେ ଦେବୀ ମିଶ୍ର, ଅରୁଣ ସାହୁ , ଅତନୁ ସବ୍ୟସାଚୀ ନାୟକ ଓ ବିଜୟ ନାୟକ ଉପସ୍ଥିତ ଥିଲେ। ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ସାମ୍ପ୍ରତିକ ସ୍ଥିତି ଓ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ସଂଗଠନ ମଜବୁତ କରିବାକୁ ଆଲୋଚନା କରାଯାଇଛି ବୋଲି ବରିଷ୍ଠ ନେତା ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି ।  ନବୀନ ପଟ୍ଟନାୟକ ଦଳର ସର୍ବମାନ୍ୟ ନେତା । ସବୁ ଆଲୋଚନାର ଅନ୍ତ ହେବ, ଦଳ ଆହୁରି ଶକ୍ତିଶାଳୀ ହେବ। ତା ସହ ବିଜେଡି ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିବ ବୋଲି ଅରୁଣ ସାହୁ କହିଛନ୍ତି ।  ବିଜୁ ଜନତା ଦଳ ମହାସମୁଦ୍ର। ସଭାପତି ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ନବୀନ ବାବୁଙ୍କ ପ୍ରତି ସମସ୍ତଙ୍କର ଶ୍ରଦ୍ଧା ରହିଛି ।

ଓଡିଶାବାସୀଙ୍କର ମଧ୍ଯ ଭରସା ରହିଛି ।  ଦାୟୀତ୍ବ ସମ୍ପନ୍ନ ବିରୋଧୀ ଦଳ ହିସାବରେ କାର୍ଯ୍ୟ କରିଛୁ ।  ଦଳ ଭିତରେ କୌଣସି ଦ୍ଵନ୍ଦ ନାହିଁ ।  ଦଳୀୟ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛୁ ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।  ସେପଟେ ରାଜ୍ୟବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବୁ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ରଖିଛନ୍ତି ।  ନବୀନ ବାବୁଙ୍କ ନେତୃତ୍ବରେ ଦଳ ଆହୁରି ସଶକ୍ତ ହେବ । ସଶକ୍ତ ବିରୋଧୀ ଦଳ ହିସାବରେ ରାଜ୍ୟ ପାଇଁ ଲଢ଼ିବୁ ।  ରାଜ୍ୟବାସୀଙ୍କ ସ୍ବାର୍ଥ ଓ ହିତ ପାଇଁ ଲଢ଼ିବ ବିଜେଡି ବୋଲି କହିଛନ୍ତି ।

Also read: ପଟିଆ ସ୍ଥିତ ଏକ ହୋଟେଲରେ ବିଜେଡି ନେତାଙ୍କ ମେଳି, ଆଲୋଚନାର ଆଭିମୁଖ୍ୟ ଅସ୍ପଷ୍ଟ